ମହିଳାଙ୍କ ମୃତ୍ୟୁ ଅଭିଯୋଗ

0

ନୀଳଗିରି : ନୀଳଗିରିର ଟାଆଁସ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଗର୍ଭବତୀଙ୍କ ନୀଳଗିରି ମେଡିକାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ୧୦୨ ଆମ୍ବୁଲାନ୍ସ ଠିକ ସମୟରେ ନପହଞ୍ଚିବାରୁ ମହିଳାଙ୍କ ମୃତ୍ୟୁ ହୋଇଛି। ସଂଜୟ ନାୟକଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସେ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସି ନଥିଲା। ଏହା ପରେ ସେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଏହା ପରେ ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ପରେ ମହିଳାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ ବିଳମ୍ବରେ ଆସି ପହଞ୍ଚିବାରୁ ତାଙ୍କୁ ମେଡ଼ିକାଲ ନେବାରେ ବିଳମ୍ବ ହୋଇଥିଲା। ଫଳରେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Leave A Reply