ରୋଗୀ ମୃତ୍ୟୁରୁ ଉତ୍ତେଜନା

0

ବାଲେଶ୍ୱର : ବାଲେଶ୍ୱର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଦହପଡ଼ା ଗାଁର ମଧୁସୂଦନ ପ୍ରଧାନ।
ସୂଚନା ଅନୁଯାୟୀ, ଶନିବାର ରାତିରେ ମଧୁସୂଦନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାଲେଶ୍ୱର ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଭୁଲ ଇଞ୍ଜେକସନ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ ମେଡ଼ିକାଲ ପରିସରରେ ଉତ୍ତେଜନା ଦେଖାଯିବା ସହ ମେଡ଼ିକାଲରେ ଭଙ୍ଗରୁଜା ମଧ୍ୟ ହୋଇଛି।

Leave A Reply