ଚିକିତ୍ସା ଅବହେଳାରୁ ଗର୍ଭବତୀ ମୃତ ଅଭିଯୋଗ

0

କେନ୍ଦୁଝର : ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଠି ଗ୍ରାମର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁ ମୁଣ୍ଡା। ସୋମବାର ରାତିରେ ଝୁନୁଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଆଶା ଦିଦିଙ୍କୁ ଫୋନ କରାଯାଇଥିଲା। ଆଶା ଦିଦି ତାଙ୍କୁ ଅଟୋରେ ଡାକ୍ତରଖାନା ନେଇଯିବାକୁ ପରାମର୍ଶ ଦେଇଥିଲେ। ଯୋଗେନ୍ଦ୍ର ଅଟୋରେ ତାଙ୍କ ସ୍ତ୍ରୀକୁ ନେଇ ବିଳମ୍ବିତ ରାତିରେ ଡାକ୍ତରଖାନାରେ ପହଞ୍ଚି ଥିଲେ। ସେଠାରେ ଡାକ୍ତର ଝୁନୁଙ୍କୁ ମୃତ ଘୋଷଣା କରିଥିଲେ।

ଚିକିତ୍ସା ଅବହେଳାରୁ ଝୁନୁଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ତେବେ ଡାକ୍ତର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଝୁନୁଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି କହିଛନ୍ତି।

Leave A Reply