ଦିଲ୍ଲୀରେ କ୍ରେନ ଖସି ୪ ଜଣ ଶ୍ରମିକଙ୍କ ମୃତ୍ୟୁ

0

ନୂଆଦିଲ୍ଲୀ . – ଏକ ବହୁ ମହଲା ବିଶିଷ୍ଟ  ଆପାର୍ଟମେଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ବ୍ୟବହୃତ ହେଉଥିବା ଅତି ଉଚ୍ଚ କ୍ରେନ ଖସି ପଡିବାରୁ ୪ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।  ଏହି ଆପାର୍ଟମେଣ୍ଟକୁ ଏକ ବେସରକାରୀ ସଂସ୍ଥା ନିର୍ମାଣ କରୁଛି । କ୍ରେନ ଖସିବା ଯୋଗୁଁ ହୋଇ ଥିବା ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଶ୍ରମିକମାନେ ଘଟଣାସ୍ଥଳରୁ ଦୂରକୁ  ଦଉଡି ପଳାଇବା ପାଇଁ ଚେଷ୍ଟା କରିଥିଲେ ।

ଦିଲ୍ଲୀର ନରେଲା ଅଞ୍ଚଳରେ ଘଟିଛି । ଡିଡିଏ ନାମକ କମ୍ପାନୀ ଏହି ଆପାର୍ଟମେଣ୍ଟ ନିର୍ମାଣ କରୁଥିଲା । ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ୪ ଜଣ ଶ୍ରମିକ କ୍ରେନ ଉପରେ ବସିଥିଲେ ।  କ୍ରେନ ଖସିପଡିବାରୁ ୪ ଶ୍ରମିକ ବି ଏହା ସହ ଖସି ପଡିଥିଲେ । ସେମାନଙ୍କୁ ତୁରନ୍ତ  ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ର ମେଡିକାଲରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା । ଡାକ୍ତରସେଠାରେ ଶ୍ରମିକମାନଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply