ପୋଖରୀରେ ଭାସୁଛି ବସ୍ତାରେ ବନ୍ଧା ଗଳିତ ମୃତଦେହ

କଟକ : କଟକ ଜିଲା ଅନ୍ତର୍ଗତ ଓଲଟପୁର ବାଗଲପୁର ଛକରେ ଦକ୍ଷିଣେଶ୍ୱର ମନ୍ଦିର ନିକଟ ପୋଖାରୀରେ ଶନିବାର ବସ୍ତାରେ ବନ୍ଧା ହୋଇଥିବା ଜଣଙ୍କ ଗଳିତ ମୃତଦେହ ଭାସୁଛି। ଉକ୍ତ ମୃତଦେହକୁ ନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିନାହିଁ। ଘଟଣାସ୍ଥଳରେ ଲୋକଙ୍କ ଗହଳି ହୋଇଥିବା ବେଳେ ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିବା ସୂଚନା ମିଳିଛି।