ଜମି ବିବାଦରୁ ଜଣଙ୍କୁ ହତ୍ୟା ଅଭିଯୋଗ

ଜଗତସିଂହପୁର : ଜଗତସିଂହପୁର ରଘୁନାଥପୁର ବଡ଼ଚଣା ଗାଁରେ ସୋମବାର ଜମି ବିବାଦରୁ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବଡ଼ଚଣା ଗ୍ରାମରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.