ପୋଡ଼ି ହୋଇ ଗୁରୁତର ହୋଇଥିବା ବାପା-ପୁଅ ମୃତ

ଭଦ୍ରକ : ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବାପା-ପୁଅଙ୍କ ରବିବାର ମୃତ୍ୟୁ ହୋଇଛି। କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତ ବାପ, ପୁଅ ଭଦ୍ରକ ଧାମନଗର କଟସାହି ପଞ୍ଚାୟତ ସାମଚାନ୍ଦପାଟଣା ଗାଁର । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସାମଚାନ୍ଦପାଟଣା ଗାଁର ବାପ -ପୁଅ ଦୋକାନରେ ଧୂପ ଦେଇଥିଲେ। ମାତ୍ର ସେହି ଧୂପରୁ କୌଣସି କାରଣରୁ ନିଆଁ ଲାଗି ତାହା ଦୋକାନରେ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଫଳରେ ସେହି ନିଆଁରେ ପୋଡ଼ି ହୋଇ ବାପ-ପୁଅ ଗୁରୁତର ହୋଇଥିଲେ।

Comments are closed.