ବଡ଼ଭାଇ ଭୁଜାଲି ମାଡ଼ରେ ସାନ ଭାଇର ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ଜିଲା ସିମୁଳିଆ ଥାନା ବରୋଦା ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇ କୈଳାସ ମାଝିର ଭୁଜାଲି ଆକ୍ରମଣରେ ସାନ ଭାଇ ସୁରେଶ ମାଝିର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ କିଛି ଦିନ ଧରି ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ଆଜି ସକାଳେ ସୁରେଶର ଆବାସ ଟଙ୍କା ଆସିଥିବା ନେଇ ଘର କରିବା ପାଇଁ ଜାଗାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ କୈଳାସ ସୁରେଶକୁ ଭୁଜାଲିରେ ଆକ୍ରମଣ କରିଥିଲା। ଏହାପରେ ସୁରେଶକୁ ରକ୍ତାକ୍ତ ଅବସ୍ଥାରେ ମେଡ଼ିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.