ଯୁବତୀଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଶରଧାପୁର ବିଲ ଗହୀର ମଝି ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସ୍ଥାନୀୟଲୋକେ ମୃତଦେହ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ମୃତ ଯୁବତୀ ଜଣଙ୍କ ୨ ଦିନରୁ ନିଖୋଜ ଥିବା ଜଣାପଡ଼ିଛି। ଯୁବତୀଙ୍କ ନିଖୋଜ ନେଇ ଶନିବାର ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ।

Comments are closed.