ଖାଲରେ ବୁଡ଼ି ୨ ନାବାଳକ ମୃତ

0

ନବରଙ୍ଗପୁର : ତିରିମାରେ ଗାଁରେ ଏକ ଅଘଟଣ ଘଟିଛି। ଗାଁରେ ଥିବା ଏକ ବଡ଼ଖାଲରେ ବୁଡ଼ି ୨ ଜଣ ବାଳକଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଗ୍ରାମରେ ଏକ ବଡ଼ ଖାଲରେ ପାଣି ଭର୍ତ୍ତି ହୋଇଥିଲା। ଦିନ ୧୦ଟା ବେଳକୁ ୩ ଜଣ ବାଳକ ଏହି ଖାଲକୁ ଯାଇ ବୁଡ଼ି ଯାଇଥିଲେ। ଖାଲକୁ ଯିବାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନି। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ଜିଲା ଡ଼ାକ୍ତରଖାନାକୁ ନିଆଯାଇଛି। ମୃତକ ୨ ଜଣ ହେଲେ ସନ୍ତୋଷ ବିଶୋଇଙ୍କ ପୁଅ ନିଶିକାନ୍ତ ବିଶୋଇ, ଲକ୍ଷ୍ମଣ ବିଶୋଇଙ୍କ ପୁଅ ତୁଷାରକାନ୍ତ ବିଶେଇ। ଚିକିତ୍ସାଧିନ ଅବସ୍ଥାରେ ଥିବା ବାଳକ ଜଣକ ହେଉଛନ୍ତି ରାଜେଶ ବିଶୋଇଙ୍କ ପୁଅ ଶିବା ବିଶୋଇ। ଘଟଣାଟି ପାଇଁ ସ୍ଥାନୀୟ ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି।

Leave A Reply