ମୃତ୍ୟୁର ୨ ବର୍ଷପରେ ପିତା ହେଲେ ଜଣେ ବ୍ୟକ୍ତି

0

ସିଡ୍‌ନୀ: ମୃତ୍ୟୁର ଦୁଇ ବର୍ଷପରେ ଜଣେ ବ୍ୟକ୍ତି ପିତା ହୋଇଛନ୍ତି । ଏହି କଥା ଅବଶ୍ୱସନୀୟ ଲାଗୁଥିଲେ ବି ସତ । ଏପରି ଘଟଣା ଅଷ୍ଟ୍ରେଲିଆରେ ଘଟିଛି । ଉନ୍ନତ ଚିକିତ୍ସା ବିଜ୍ଞାନ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଏଥିପାଇଁ ମୃତ ବ୍ୟକ୍ତିଙ୍କର ଜୀବନସାଥୀଙ୍କୁ  ଆଇନଗତ ଲଢେଇ  କରିବାକୁ ପଡିଥିଲା । ଶେଷରେ ସିଡ୍‌ନୀର ଜଣେ ଅଦାଲତ ଅନୁମତି ଦେବାରୁ ଏହା ସମ୍ଭବ ହୋଇ ପାରିଛି ।

୨୦୧୬ ମସିହାରେ କ୍ୱିନ୍ସଲ୍ୟାଣ୍ଡର ଜଉସା ଡେଭିସ୍‌ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ପ୍ରେମିକା  ଆଲିଆ କ୍ରେସ୍‌ଓ୍ୱେଲ୍‌ ଡେଭିସ୍‌ଙ୍କ ପରିବାର ଲୋକଙ୍କୁ କହି ତାଙ୍କର ପ୍ରଜଜନ ଟିସୁକୁ ସଂରକ୍ଷଣ କରାଇଥିଲେ । ଏହାପରେ ସେ  ମାତୃତ୍ୱ ପାଇଁ ଅଦାଲତର ଆଶ୍ରୟ ନେଇଥିଲେ । ପିଲା ହେଲେ ତାକୁ ସ୍ନେହ କରାଯିବ । ତାହା ଲାଳନ ପାଳନରେ କୌଣସି ଅଭାବ ରହିବ ନାହିଁ ବୋଲି  ଅଦାଲତରେ ପ୍ରକାଶ କରିଥିଲେ । ଏହାପରେ ଅଦାଲତ ତାଙ୍କୁ ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ ।

ଏହାପରେ ଉନ୍ନତ ଚିକିତ୍ସା ପ୍ରଣାଳୀ  ଆଇଭିଏଫ୍‌ରେ ସେ ମାଆ ହେବାର ସୌଭାଗ୍ୟ ପାଇବା ସହ  ଡେଭିସ୍‌ ମୃତ୍ୟୁର ୨ ବର୍ଷ ପରେ ବି ବାପା ହୋଇ ପାରିଛନ୍ତି ।

Leave A Reply