ତୃତୀୟ ସନ୍ତାନର ବାପା ହେଲେ ଡିଭିଲିୟର୍ସ

ପ୍ରିଟୋରିଆ: ଦକ୍ଷିଣ ଆଫ୍ରିକାର ପୂର୍ବତନ ପ୍ରସିଦ୍ଧ କ୍ରିକେଟର ଏ.ବି ଡିଭିଲିୟର୍ସ ତୃତୀୟ ଥର ପାଇଁ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ଡେନିୟଲ ଡିଭିଲିୟର୍ସ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଡିଭିଲିୟର୍ସ ନବଜାତ ଶିଶୁର ନାମ ଏନ୍ତେ ରଖିଛନ୍ତି। ଡିଭିଲିୟର୍ସ ନବଜାତ ଶିଶୁ ସହ ଏକ ଫଟୋ ସେୟାର କରି କହିଛନ୍ତି ଯେ, ଆମେ ତୁମକୁ ପାଇ ବହୁତ ଖୁସି। ତୁମେ ଆମ ପରିବାର ପାଇଁ ଆଶୀର୍ବାଦ ବୋଲି ଡିଭିଲିୟର୍ସ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ଡିଭିଲିୟର୍ସ ଓ ଡେନିୟଲଙ୍କ ଆବ୍ରାହମ ଓ ରିଚାର୍ଡ ନାମରେ ଦୁଇଟି ପୁତ୍ର ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଡିଭିଲିୟର୍ସ ଆଇପିଏଲ ୧୩ତମ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଡିଭିଲିୟର୍ସ ୪୫୪ରନ କରିଥିଲେ। ଦଳ ସନରାଇଜର୍ସ ହାଇଦ୍ରାବାଦ୍‌ ନିକଟରୁ ପରାଜିତ ହୋଇ କ୍ବାଲିଫାୟାର ଖେଳିବାରୁ ବଞ୍ଚିତ ହୋଇଥିଲା।

Comments are closed.