ପରଦାକୁ ଆସିଲା ପାରିବାରିକ ରୋମାଣ୍ଟିକ୍‍-କମେଡ଼ି ‘ଦେ ଦେ ପ୍ୟାର୍‍ ଦେ’

ମୁମ୍ବଇ : ବଲିଉଡ଼ ଅଭିନେତା ଅଜୟ ଦେବଗନ୍‍, ତବୁ ଓ ରକୁଲପ୍ରୀତ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦେ ଦେ ପ୍ୟାର୍‍ ଦେ’ ଶୁକ୍ରବାର ମୁକ୍ତିଲାଭ କରିଛି। ଅକିଭ୍‍ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହା ଏକ ପାରିବାରିକ ରୋମାଣ୍ଟିକ୍‍-କମେଡ଼ି ଚଳଚ୍ଚିତ୍ର। ଚଳଚ୍ଚିତ୍ରକୁ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିିଳିବା ସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଦର୍ଶକ ଏହାର ଖୁବ୍‍ ପ୍ରଶଂସା କରୁଥିବା ଦେଖିବାକୁ ମଳିଛି। ସୂଚନା ଅନୁସାରେ, ‘ଦେ ଦେ ପ୍ୟାର୍‍ ଦେ’ ପ୍ରଥମ ଦିନରେ ୧୧.୫୦ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ର ବଜେଟ୍‍ ପ୍ରାୟ ୪୫ କୋଟି ଟଙ୍କା ରହିଛି।

ପ୍ରକାଶଯୋଗ୍ୟ, ଚଳଚ୍ଚିତ୍ରର ଟ୍ରେଲରକୁ ମଧ୍ୟ ଦର୍ଶକ ବହୁତ ପସନ୍ଦ କରିଥିଲେ। ଚଳଚ୍ଚିତ୍ରରେ ଅଜୟ ନିଜଠାରୁ ଅଧା ବୟସର ଝିଅ ରକୁଲଙ୍କୁ ପ୍ରେମ କରି ବସିଛନ୍ତି। ସେହିପରି ତବୁ ଅଜୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ସ୍ୱାମୀଙ୍କଠାରୁ ଅଲଗା ହୋଇ ରହୁଛନ୍ତି।

Comments are closed.