କୋହଳ କଲା ଡିସିଜିଆଇ, ଆମଦାନୀ ହେଉଥିବା କୋଭିଡ ଟୀକାର ହେବନି ପୁନଃ ପରୀକ୍ଷଣ

ଦେଶର ବୃହତ ଜନସଂଖ୍ୟାକୁ କୋଭିଡ ପ୍ରତିଷେଧକ ଟିକା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଆଜି ଔଷଧ ନିୟନ୍ତ୍ରକ ମହାନିର୍ଦ୍ଦେଶାଳୟ -ଡିସିଜିଆଇ କେତେକ କୋହଳ ନୀତି ଆପଣେଇଛନ୍ତି। ଏଣିକି ବିଦେଶରୁ ଆମଦାନୀ ହେଉଥିବା ଟିକାକୁ ପୁଣିଥରେ ପରୀକ୍ଷା କରାଯିବ ନାହିଁ। ପୂର୍ବରୁ ବିଦେଶରୁ ଆସୁଥିବା ଟିକାକୁ ପରୀକ୍ଷା କରାଯିବା ପରେ ଦେଶରେ ବ୍ୟବହାର କରାଯାଉଥିଲା। ଏ ନେଇ ଡିସିଜିଆଇ କହିଛି, ଏଭଳି ବ୍ୟବସ୍ଥା ଦ୍ୱାରା ଖୁବ୍‍ଶୀଘ୍ର ଆମଦାନୀ ହେଉଥିବା ଟିକା ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ତେବେ ଏହି କୋହଳ ନୀତି ସମସ୍ତ ଟିକା କ୍ଷେତ୍ରରେ ଗ୍ରହଣୀୟ ହେବ ନାହିଁ। କେବଳ ଆମେରିକାର ଏଫ୍‍ଡିଏ, ଇଏମ୍‍ଏ, ଇଂଲଣ୍ଡର ଏମ୍‍.ଏଚ୍‍.ଆର୍‍.ଏ., ଜାପାନର ପି.ଏମ୍‍.ଡି.ଏ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦିତ ଟିକାଗୁଡ଼ିକ କ୍ଷେତ୍ରରେ ଏହି ବ୍ୟବସ୍ଥା ଗ୍ରହଣୀୟ ହେବ। ଡି.ସି.ଜିଆଇ. କହିଛି ଏହି ସବୁ ଅନୁମୋଦିତ ଟିକାଗୁଡ଼ିକ ଲକ୍ଷଲକ୍ଷ ଲୋକଙ୍କୁ ଦିଆଯାଇ ସାରିଲାଣି।

ତେବେ ପୂର୍ବଭଳି ପ୍ରତ୍ୟେକ ବ୍ୟାଚ୍‍ ଟିକାର ପ୍ରଥମ ଶହେଟି ଡୋଜ୍‍ ଦିଆଯାଉଥିବା ଲୋକଙ୍କୁ ୭ ଦିନ ପାଇଁ ନିରୀକ୍ଷଣ କରାଯିବ।

Comments are closed.