କରୋନା ଟିକା ନେବେ କୁନି ପିଲା; ଡିସିଜିଆଇ ଦେଲା ଅନୁମତି

ନୂଆଦିଲ୍ଲୀ: ଏଣିକି କରୋନା ଟିକା ନେଇପାରିବେ ୬ରୁ ୧୨ ବର୍ଷର ପିଲା । କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ବା (ଡିସିଜିଆଇ) ଅନୁମତି ଦେଇଛି । ‘କୋଭାକ୍ସିନ’ ଟିକା ଭାରତ ବାୟୋଟିକ୍‌ ଦ୍ୱାରା ପ୍ରସ୍ତୁତ ହୋଇଛି ।

ସେପଟେ ୫ରୁ ୧୨ ବର୍ଷର ପିଲାଙ୍କୁ କୋର୍ବେଭାକ୍ସ ଟିକା ଦେବା ନେଇ ଡିସିଜିଆଇ ମଧ୍ୟ ଅନୁମତି ଦେଇଛି । କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଥିବା ବେଳେ ଆଗକୁ କରୋନା ବିରୋଧରେ ଲଢ଼େଇ କରିବାକୁ ଦେଶ କୁନି କୁନି ପିଲାମାନଙ୍କ ପାଇଁ ୨ଟି ଟିକା ପାଇପାରିଛି । ଖାଲି ସେତିକି ନୁ​‌ହେଁ ଆଜି ଡିସିଜିଆଇ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଜାଇକୋଭ୍‌-ଡି ଟିକାକୁ ମଧ୍ୟ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି ।

ଦେଶରେ ବର୍ତ୍ତମାନ ମଧ୍ୟ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ମାସ୍କ ଓ ଟିକାକରଣକୁ  ଗୁରୁତ୍ୱ ଦିଆଯାଉଛି । ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଏବେ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳୁଛି ।

Comments are closed.