MEllora 950×100

ଭାରତ ବାୟୋଟେକ୍ ଇଣ୍ଟ୍ରାନାଜାଲ୍ କରୋନା ଟିକାକୁ ଡିସିଜିଆଇର ଅନୁମୋଦନ

ନୂଆଦିଲ୍ଲୀ: ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ୍ କୋଭିଡ୍ ବୁଷ୍ଟର୍ ଡୋଜ୍ ‘ଫାଇଭ୍‌ ଆର୍ମସ୍‌’କୁ ମଞ୍ଜୁରୀ ମିଳିଛି। ଏହି ଟିକାର ସୀମିତ ବ୍ୟବହାର ପାଇଁ ଶୁକ୍ରବାର ଭାରତୀୟ ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ)ର ଅନୁମୋଦନ ମିଳିଛି।

ସୂଚନା ମୁତାବକ, କରୋନା ଟିକାର ଏହି ବୁଷ୍ଟର ଡୋଜ ଇଞ୍ଜେକ୍ସନ ବଦଳରେ ନାକ ମାଧ୍ୟମରେ ଦିଆଯିବ। ଭରତ ବାୟୋଟେକ୍ ଦାବି କରିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟବହୃତ କରୋନା ଟିକା ଅପେକ୍ଷା ଏହି ନାଜାଲ୍ ଡୋଜ୍‌ ଭିନ୍ନ ଏବଂ ଅଧିକ ପ୍ରଭାବଶାଳୀ।

Comments are closed.