ଟସ୍ ଜିତି କଲକାତା ନାଇଟ୍‌ ରାଇଡର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍‌ସ

ଶନିବାରର ପ୍ରଥମ ମ୍ୟାଚ୍

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଆବୁଧାବିରେ ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଶନିବାରର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଦଳକୁ ପ୍ଳେ ଅଫ ଉନ୍ନୀତ ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। କଲକାତା ଏହି ମ୍ୟାଚକୁ ବିଜୟୀ ହୋଇ ପ୍ଳେ ଅଫ ସ୍ଥାନ ପକ୍କା କରିବା ଲକ୍ଷ୍ୟ ରଖିଛି।

ଦୁବାଇରେ ଦ୍ବିତୀୟ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ୍ ମୁହାଁମୁହିଁ ହେବେ।

Comments are closed.