ତୁଳସୀ ଦୟାଣା ପ୍ରେମୀ  କାଳିଆ ଠାକୁର

0

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଫୁଲ ପ୍ରେମୀ. ମହାପ୍ରଭୁଙ୍କୁ ପ୍ରତିଦିନ ତରାଟ,ଟଗର ଗୋଲାପ ପଦ୍ମ ଆଦି ଫୁଲ ସହ ତୁଳସୀ ଲାଗି କରାଯାଏ । ମହାପ୍ରଭୁଙ୍କ ବେଶ ସହ ନୀତିରେ ବ୍ୟବହାର ହୁଏ ଫୁଲ । ପହଣ୍ଡି ସମୟରେ ଟାହିଆରେ ବି ଫୁଲ ଲଗାଯାଇ ଥାଏ । ଆଉ ଏହି ଟାହିଆର ଫୁଲକୁ କାଳିକା ଦେବୀ ସାହିରେ ରହୁଥିବା ରାମଚନ୍ଦ୍ର ରଣାଙ୍କ ପରିବାର କାହିଁ କେତେ କାଳରୁ ସେବା ଭାବରେ ଶ୍ରୀମନ୍ଦିରକୁ ଯୋଗାଇ ଆସୁଛନ୍ତି ।

ଦାରୁବ୍ରହ୍ମ ପୁରୁଷୋତ୍ତମ ଠାକୁର ଶ୍ରୀଜଗନ୍ନାଥ.କାଳିଆ ଠାକୁରକୁ ରସିକ ରାଜ କୁହାଯାଏ  । ରଙ୍ଗ ଅଧରରେ ମନ୍ଦ ମନ୍ଦ ହସ,ତ୍ରିଭଙ୍ଗୀ ଠାଣି, ବାଙ୍କ ଚାହାଣୀ ,ବିଭିନ୍ନ ରୂପ ଓ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।  ତାଙ୍କର  ବିଭିନ୍ନ ନୀତି ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ । ସକାଳେ ଅବକାଶ, ସକାଳଧୂପ,ମଧ୍ୟାହ୍ନ ଧୂପରେ ଓ ବଡସିଂହାର ବା ପୁଷ୍ପଶୃଙ୍ଗାରରେ  ବିଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ ।  ବର୍ଷ ତମାମ ମହାପ୍ରଭୁଙ୍କର  ଅନୁଷ୍ଠିତ ହେଉଥିବା ବିଭିନ୍ନ ବେଶ ଓ ଟାହିଆ ପାଇଁ ଫୁଲ ଓ ଫୁଲ ମାଳ ଲାଗିଥାଆନ୍ତି ।

ଜାତି,ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ,ବିଶ୍ୱ ମୈତ୍ରୀର ପ୍ରତୀକ ପ୍ରଭୁ ଶ୍ରୀଜଗନ୍ନଥ,ସାମ୍ୟ,ମତ୍ରୀ,ପ୍ରୀତି,ଶାନ୍ତି,ସଂହତି ଓ ସଂପ୍ରତିର ପର୍ବ ରଥଯାତ୍ରା । ଲୀଳାମୟ ଠାକୁର ଜଗନ୍ନାଥ ମନ୍ଦିରରେ ହେଉ କି ପହଣ୍ଡିରେ,କି ରଥ ଉପରେ ଫୁଲରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମଥାରେ ସର୍ବଦା ତୁଳସୀ ଶୋଭା ପାଉଥାଏ ।  ତୁଳସୀ ଓ ଦୟଣା ପ୍ରିୟ ଶ୍ରୀଜଗନ୍ନାଥ । ତୁଳସୀ ନ ହେଲେ କାଳିଆ ଠାକୁରର ବେଶ କି ନୀତି ହୁଏ ନାହିଁ ।  ତରାଟ ,ଟଗର,ରଙ୍ଗଣୀ,ଗୋଲାପ ଓ ପଦ୍ମ ଆଦି ଫୁଲ ମହାପ୍ରଭୁଙ୍କ  ବେଶ ପାଇଁ ବ୍ୟବହାର କରାଯାଏ  । ସକାଳୁ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ହେଉଥିବା ବିଭିନ୍ନ ବେଶ ଓ ନୀତିରେ ବିଭିନ୍ନ ରଙ୍ଗର ଫୁଲ ବ୍ୟବହାର କରାଯାଇଥାଏ ।  ଶ୍ରୀଜଗନ୍ନାଥ ମନ୍ଦିରରେ ଥିବା ବଗିଚା ,ପୁରୀ ଓ ଏହା ଆଖପାଖରେ ଥିବା ଜଗନ୍ନାଥଙ୍କ ବଗିଚାରୁ ଫୁଲ ସଂଗ୍ରହ କରାଯାଇଥାଏ, ପୁରୀରେ ଥିବା  ବିଭିନ୍ନ ଜାଗାଘର  ଓ ବଗିଚାରୁ ଫୁଲ ,ତୁଳସୀ ସଂଗ୍ରହ କରି କଦଳୀ ପଟୁକାରେ ରଣାଙ୍କ ପରିବାର ମାଳ ତିଆରି କରିଥାଆନ୍ତି । ପରିବାରର ସମସ୍ତେ ଶୁଦ୍ଧପୁତ ଭାବେ ଏହି ମାଳ ତିଆରିରେ ଲାଗିଥାଆନ୍ତି.ଏହି ମାଳ ପ୍ରଭୁଙ୍କ ଶ୍ରୀଅଙ୍ଗର ଶୋଭା ବର୍ଦ୍ଧନ କରିଥାଏ ।

ଫୋଟୋ – ହିଂମାଶୁ ଶେଖର ସାମଲ , ଆଲେଖ୍ୟ- ଜିତ୍‌ ପଟ୍ଟନାୟକ

Leave A Reply