୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ଦିନ ତାପମାତ୍ରା – ତଥାପି ବର୍ଷା ସମ୍ଭାବନା

ସମାଜ ପୋର୍ଟାଲ ଡେସ୍କ: ଉତ୍ତର କେରଳ ଏବଂ ଦକ୍ଷିଣ ଛତିଶଗଡ ମଧ୍ୟରେ ଏକ ଟ୍ରଫ ଲାଇନ ସୃଷ୍ଟି ହେବା ଫଳରେ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବ ବୋଲି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଉପକୂଳ ଓଡିଶାରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଉଛି କନ୍ଧମାଳ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, କଟକ, ଖୋର୍ଦ୍ଧା ଏବଂ ନୟାଗଡ। ଆଜିର ଦିନ ତାପମାତ୍ରା ୩୮ଦଶମିକ ୫ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୨୨ଦଶମିକ ୪ଡିଗ୍ରୀ ସେଲସିୟସ ରହିଛି।

Comments are closed.