ଦାଉଦ ଇବ୍ରାହିମ କରୋନା ଆକ୍ରାନ୍ତ ; କରାଚି ସେନା ହସ୍ପିଟାଲରେ ଭର୍ତ୍ତି

କରାଚି : କୁଖ୍ୟାତ ଅଣ୍ଡର ୱାଲ୍ଡ ଡନ୍ ଦାଉଦ ଇବ୍ରାହିମ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାକୁ କରାଚି ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଦାଉଦର ପତ୍ନୀ ମହଜାବିନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି।

ଏହି ଘଟଣା ପରେ ଦାଉଦର ସୁରକ୍ଷାକର୍ମୀ ଏବଂ ଅନ୍ୟ କର୍ମଚାରୀଙ୍କୁ କ୍ବାରେଣ୍ଟରଇନରେ ରଖାଯାଇଛି। ଡାଉଦର ପତ୍ନୀ ମହଜାବିନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ତାଙ୍କୁ ଏବଂ ତା’ ପତ୍ନୀଙ୍କୁ କରାଚିସ୍ଥିତ ଏକ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ,ପାକିସ୍ତାନର କରାଚିରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ତେବେ ପାକିସ୍ତାନ ଏହାକୁ ବାରମ୍ବାର ଅସ୍ୱୀକାର କରିଚାଲିଛି।

ଦାଉଦ ଇବ୍ରାହିମ ଦୀର୍ଘ ଦିନ ଧରି ନିଜ ପରିବାର ସହିତ ପାକିସ୍ତାନରେ ଲୁଚି ରହିଛି।  ଭାରତ ମଧ୍ୟ ଯଥେଷ୍ଟ ପ୍ରମାଣ ଦେଇଛି ଯେ ଦାଉଦ ଇବ୍ରାହିମ ପାକିସ୍ତାନରେ ଅଛନ୍ତି, ଏହା ସତ୍ତ୍ୱେ ପାକିସ୍ତାନ ଏହାକୁ ଗ୍ରହଣ କରିବାକୁ ମନା କରିଆସୁଥିଲା। କିନ୍ତୁ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଦାଉଦ ଇବ୍ରାହିମ ୧୯୯୩ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଏବଂ ଜଣେ କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍।

Comments are closed.