ଷ୍ଟିଭ୍‍ ଡେଭିସ କପ୍‍ ବିଲିୟାର୍ଡ୍ସ ଓ ସ୍ନୁକର: ଓଡ଼ିଶାରୁ ସୁବ୍ରତ ଓ ସୌଭାଗ୍ୟ

0

ଭୁବନେଶ୍ୱର : ଝାଡଖଣ୍ଡର ରାଞ୍ଚିରେ ଆସନ୍ତା ୪ରୁ ୧୮ ପର୍ଯ୍ୟନ୍ତ ଷ୍ଟିଭ୍‍ ଡେଭିସ କପ୍‍-୨୦୧୮ ବିଲିୟାର୍ଡ୍ସ ଓ ସ୍ନୁକର ପ୍ରତିଯୋଗିତା ଖେଳାଯିବ। ଏଥିରେ ଓଡ଼ିଶାରୁ ଦୁଇ ଖେଳାଳି ସୁବ୍ରତ ଦାସ ଓ ସୌଭାଗ୍ୟ ବେହେରା ଅଂଶଗ୍ରହଣ କରିବେ। ସୁବ୍ରତ ରାଜ୍ୟର ପ୍ରମୁଖ ଖେଳାଳି ହୋଇଥିବାବେଳେ ସୌଭାଗ୍ୟ ଉଦୀୟମାନ ଖେଳାଳି ଭାବେ ଉଭା ହୋଇଛନ୍ତି। ସୁବ୍ରତ ଓ ସୌଭାଗ୍ୟ ଉଭୟ ସିଙ୍ଗଲ୍‍ସ ଓ ଡବଲ୍‍ସ ବିଭାଗରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତା ବିଲିୟାର୍ଡ୍ସ, ୬ ରେଡ୍‍ ସ୍ନୁକର, ୧୦ ରେଡ୍‍ ସ୍ନୁକର ଓ ୧୦ ରେଡ୍‍ ଡବଲ୍‍ସ ବିଭାଗରେ ଖେଳାଯିବ ବୋଲି ଗୋବିନ୍ଦ ଶର୍ମା ସୂଚନା ଦେଇଛନ୍ତି।

Leave A Reply