ଫ୍ରାନ୍‍ସକୁ ହରାଇ କ୍ରୋଏସିଆ ଡେଭିସ୍‍ କପ୍‍ ଚମ୍ପିଆନ

0

ଲିଲେ (ଫ୍ରାନ୍‍ସ) : ବିଶ୍ୱ ଦଳଗତ ପୁରୁଷ ଟେନିସ ଚମ୍ପିଆନ୍‍ସିପ୍‍ ଡେଭିସ କପରେ କ୍ରୋଏସିଆ ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ରବିବାର ସମାପ୍ତ ହୋଇଥିବା ଫାଇନାଲ ମ୍ୟାଚ୍‍ରେ ଘରୋଇ ଫ୍ରାନ୍‍ସକୁ ୩-୧ ମ୍ୟାଚ୍‍ରେ କ୍ରୋଏସିଆ ପରାସ୍ତ କରିଛି। ରବିବାର ଖେଳା ଯାଇଥିବା ପାଲଟା ସିଙ୍ଗଲ୍‍ସ ମ୍ୟାଚ୍‍ରେ କ୍ରୋଏସିଆର ମାରିନ୍‍ ସିଲିକ୍‍ ୭-୬, ୬-୩, ୬-୩ ଗେମରେ ଫ୍ରାନ୍‍ସର ଲ୍ୟୁକାସ୍‍ ପୋଇଲେଙ୍କୁ ପରାସ୍ତ କରିଛନ୍ତି। ପ୍ରଥମଦିନ ସିଙ୍ଗଲ୍‍ସ ମ୍ୟାଚରେ କ୍ରୋଏସିଆର ବୋର୍ନା କୋରିଚ୍‍ ୩-୦ ଗେମ୍‍ରେ ଫ୍ରାନ୍‍ସର ଜରେମି ଚାର୍ଡିଙ୍କୁ ପରାସ୍ତ କରିଥିଲେ। ପରେ କ୍ରୋଏସିଆର ମାରିନ୍‍ ସିଲିକ୍‍ ୩-୦ ଗେମ୍‍ରେ ଫ୍ରାନ୍‍ସର ଜୋ-ୱିଲ୍‍ଫ୍ରେଡ୍‍ ସୋଙ୍ଗାଙ୍କୁ ପରାସ୍ତକରି କ୍ରୋଏସିଆକୁ ୨-୦ ମ୍ୟାଚ୍‍ରେ ଆଗୁଆ କରିଥିଲେ। ୩ୟ ତଥା ଡବଲ୍‍ସ ମ୍ୟାଚ୍‍ରେ ଫ୍ରାନ୍‍ସର ନିକୋଲାସ୍‍ ମାହୁତ ଓ ପିଏରେ-ହ୍ୟୁଗ୍‍ସ ହର୍ବର୍ଟ ୪-୧ ଗେମ୍‍ରେ କ୍ରୋଏସିଆର ଇଭାନ୍‍ ଡୋଡିଗ୍‍ ଓ ମେଟ୍‍ ପାଭିଚ୍‍ଙ୍କୁ ପରାସ୍ତକରି ଘରୋଇଦଳକୁ ମୁକାବିଲାରେ ରଖିଥିଲେ। ତେବେ ୪ର୍ଥ ମ୍ୟାଚ୍‍ରେ ପୋଇଲେଙ୍କୁ ପରାସ୍ତକରି ସିଲିକ୍‍ କ୍ରୋଏସିଆଙ୍କୁ ଚମ୍ପିଆନ୍‍ କରିଛନ୍ତି।

Leave A Reply