ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ : ଅଷ୍ଟ୍ରେଲିଆ ୨୦୫-୦

ମୁମ୍ବଇ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆ ମଙ୍ଗଳବାର ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଭାରତର ୨୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଦଳ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଛି। ଓପନିଂ ଯୋଡି ଡେଭିଡ ୱାର୍ଣ୍ଣର ଓ ଅଧିନାୟକ ଆରୋନ ଫିଞ୍ଚଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ୨୦୦ରନ ଅତିକ୍ରମ କରିଛି।

ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ କରି ୮୮ବଲ ଖେଳି ଶତକ ହାସଲ କରିଛନ୍ତି। ଏହା ୱାର୍ଣ୍ଣରଙ୍କର ୧୮ତମ ଶତକ। ଏହାସିହିତ ସେ ଦିନିକିଆରେ ୫ହଜାର ରନ ଅତିକ୍ରମ କରିଛନ୍ତି। ୧୧୫ଟି ଇନିଂସରେ ୱାର୍ଣ୍ଣର ଏହି ରେକର୍ଡ ନିଜ ନାମରେ କରିବାରେ ସକ୍ଷମ ହୋଇଛନ୍ତି। ୱାର୍ଣ୍ଣରଙ୍କ ପୂର୍ବରୁ ହାସିମ ଆମଲା ୧୦୧ଟି ଇନିଂସରେ ୫ହଜାର ରନ କରିଥିଲେ। ସେହିଭଳି ବିରାଟ କୋହଲି ଓ ରିଚାଡସ୍ ୧୧୪ଟି ଇନିଂସରେ ଏହି ରେକର୍ଡ କରିଥିଲେ।

ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଅଧିନାୟକ ଫିଞ୍ଚ ମଧ୍ୟ ନିଜ ଶତକର ନିକଟବର୍ତ୍ତି ହୋଇଛନ୍ତି।

Comments are closed.