ଆଇସିୟୁରେ ମୁମ୍ବଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ

0

ନ୍ୟୁୟର୍କ: ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ସୂତ୍ରଧର ଡେଭିଡ୍‍ ହେଡ୍‍ଲିକୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗତ ୮ ତାରିଖରେ ଜେଲ୍‍ ଭିତରେ ଡେଭିଡ୍‍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି।
ଡେଭିଡ୍‍କୁ ୨୦୦୯ରେ ଆମେରିକାରେ ଗିରଫ କରାଯାଇଥିଲା। ମୁମ୍ବଇ ଆକ୍ରମଣ ମାମଲାର ଶୁଣାଣି ବେଳେ ଜେଲ୍‍ ଭିତରୁ ଭିଡିଓ କନ୍‍ଫେରେନ୍ସିଂ ଜରିଆରେ ତାକୁ ମୁମ୍ବଇ କୋର୍ଟରେ ହାଜର କରାଯାଇଥିଲା। ଡେଭିଡ୍‍ର ସ୍ୱୀକାରୋକ୍ତି ଆଧାରରେ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରି ୩୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହି ଦିନଠାରୁ ସେ ଆମେରିକାର ଏକ ଜେଲ୍‍ରେ ବନ୍ଦୀ ଭାବରେ ରହୁଛି।

Leave A Reply