ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ କନ୍ୟା ବିୟୋଗ

ବାମରା: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ତୃତୀୟ ଝିଅ ତଥା ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ମଞ୍ଜୁଲତା ବିଶ୍ବାଳଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କୁ ମାତ୍ର ୪୪ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ଦିନ ୨ ସମୟରେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘ ଦିନରୁ ଯକୃତ କର୍କଟ ରୋଗରେ ପୀଡ଼ିତ ଥିଲେ । ତାଙ୍କର ସ୍ୱାମୀ ସୁଧାଂଶୁ ଶେଖର ନାୟକ, ଏକମାତ୍ର ପୁତ୍ର ସୁଜଳ ନାୟକ ଓ ପରିବାର ବର୍ଗ ସମସ୍ତେ ଉପସ୍ଥିତ ଅଛନ୍ତି । ଆସନ୍ତା କାଲି ବାମରାଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

Comments are closed.