MEllora 950×100

ଘୋଷଣା ହେଲା ୩ ରାଜ୍ୟର ନିର୍ବାଚନ ତାରିଖ

ନୂଆଦିଲ୍ଲୀ : ଦେଶର ୩ ରାଜ୍ୟ ପାଇଁ ବାଜିଲା ନିର୍ବାଚନୀ ବିଗୁଲ। ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ତ୍ରିପୁରାରେ ଫେବୃୟାରୀ ୧୬ରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ନାଗାଲାଣ୍ଡ ଓ ମେଘାଳୟରେ ଫେବୃୟାରୀ ୨୭ରେ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟ୍‌ ଗ୍ରହଣ। ଏଥିସହ ମାର୍ଚ୍ଚ ୨ରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି। ୩ଟି ଯାକ ରାଜ୍ୟରେ ୬୦ଟି ଲେଖାଏଁ ଆସନ ପାଇଁ ହେବ ମତଦାନ।

ସେହିପରି ତ୍ରିପୁରା ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାନୁଆରୀ ୩୦ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଜାନୁଆରୀ ୩୧ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଫେବୃୟାରୀ ୨ରେ ପ୍ରାର୍ଥିପତ୍ର ପତ୍ୟାହାର କରିପାରିବେ ପ୍ରାର୍ଥୀ। ସେହିଭଳି ମେଘାଳୟ ଓ ନାଗାଲାଣ୍ଡ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବୃୟାରୀ ୭ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ କରାଯିବ। ଫେବୃୟାରୀ ୮ରେ ପ୍ରାର୍ଥିପତ୍ର ଯାଞ୍ଚ ହେବା ସହ ଫେବୃୟାରୀ ୧୦ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

 

Comments are closed.