ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? – ନବୀନ

ଦଶପଲ୍ଲା : ନୟାଗଡ଼ ଜିଲା ଦଶପଲ୍ଲା ଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସଭା କରିଛନ୍ତି। ଏହି ସଭାରେ ମୁଖ୍ୟମନ୍ତ୍ରୀ ବିଜେପିକୁ କେତାଟି ପ୍ରଶ୍ନ କରିଛନ୍ତି। ସଭାରେ ନବୀନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜେପିକୁ ପ୍ରଶ୍ନ କରିବାସହିତ ତାଙ୍କ ନିର୍ବାଚନ ମଣ୍ଡଳି କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି କାହିକିଁ ଡରୁଛି ବୋଲି ମଧ୍ୟ ନବୀନ କହିଛନ୍ତି। ଏହା ବ୍ୟତୀତ ନବୀନ କିହଛନ୍ତି, ବିଜେପି ସବୁବେଳେ ଡବଲ ଇଞ୍ଜିନ କଥା କହୁଛି। ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ, ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି।

Comments are closed.