ଜାଣନ୍ତୁ, ଭଗବାନ ବିଷ୍ଣୁଙ୍କ ଦଶାବତାର ସମ୍ବନ୍ଧରେ …

ହିନ୍ଦୁ ଧର୍ମ ଅନୁସାରେ, ଭଗବାନ ବିଷ୍ଣୁ ସଂସାରର ପାଳନକର୍ତ୍ତା ଅଟନ୍ତି। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଭଗବାନ ବିଷ୍ଣୁ ସତ୍ୟ ଯୁଗ ଠାରୁ ଆରମ୍ଭ କରି କଳି ଯୁଗ ପର୍ଯ୍ୟନ୍ତ ୨୪ଟି ଅବତାର ନେଇଥିଲେ। କିନ୍ତୁ ତାଙ୍କର ପ୍ରମୁଖ ୧୦ଟି ଅବତାର ବର୍ତ୍ତମାନ ପର୍ଯ୍ୟନ୍ତ ବିଶେଷ ଅଟେ। ଧର୍ମର କ୍ଷୟ ହୋଇ ଅଧର୍ମ ବୃଦ୍ଧି ହେଲେ ଭଗବାନ ବିଷ୍ଣୁ ଅବତାର ନେଇଥାଆନ୍ତି। ଭଗବାନ ବିଷ୍ଣୁ ଅବତାର ନେଇ ଶତ୍ରୁଙ୍କର ବିନାଶ କରିବା ସହ ମନୁଷ୍ୟଙ୍କ ରକ୍ଷା କରିଥାଆନ୍ତି। ତେବେ ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କର ପ୍ରମୁଖ ୧୦ଟି ଅବତାର ସମ୍ବନ୍ଧରେ ..

ମତ୍ସ୍ୟ ଅବତାର :

ଏହି ଅବତାରରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ନେଇଥିଲେ। ଏହା ଭଗବାନଙ୍କର ପ୍ରଥମ ଅବତାର ଅଟେ। ମାନ୍ୟତା ରହିଛି ଯେ, ଥରେ ଜଣେ ରାକ୍ଷସ ବେଦକୁ ଚୋରି କରି ସମୁଦ୍ରରେ ଲୁଚି ରହିଥିଲା। ସେତେବେଳେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଗ୍ରହଣ କରି ବେଦକୁ ରକ୍ଷା କରିଥିଲେ ଓ ତାର ପୁନଃ ସ୍ଥାପନ କରିଥିଲେ।

ବରାହ ଅବତାର :

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁଯାୟୀ ଏହା ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ଅଟେ। ଭଗବାନ ବିଷ୍ଣୁ ଏହି ଅବତାରରେ ଅସୁର ରୂପ ଧାରଣ କରି ରାକ୍ଷସ  ହିରଣ୍ୟାକ୍ଷକୁ ବଧ କରିଥିଲେ। ଏହାସହ ସମୁଦ୍ର ଗର୍ଭରୁ ଭୂଦେବୀଙ୍କୁ ଉଦ୍ଧାର କରିଥିଲେ।

କଚ୍ଛପ ଅବତାର :

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁଯାୟୀ ଏହା ଭଗବାନ ବିଷ୍ଣୁଙ୍କର ଦ୍ବିତୀୟ ଅବତାର ଅଟେ। ଏହି ରୂପରେ ଭଗବାନ ବିଷ୍ଣୁ ସମୁଦ୍ର ମନ୍ଥନ ବେଳେ ମନ୍ଦାର ପର୍ବତକୁ ନିଜ ପିଠି ଉପରେ ରଖିଥିଲେ।

ନୃସିଂହ ଅବତାର :

ନୃସିଂହ ଅବତାର ଭଗବାନ ବିଷ୍ଣୁଙ୍କର ଚତୁର୍ଥ ଅବତାର ଅଟେ। ଏହି ଅବତାରରେ ବିଷ୍ଣୁ ଶରୀରର ଅଧା ସିଂହ ଓ ଅଧା ମନୁଷ୍ୟ ରୂପେ ପ୍ରକଟ ହୋଇଥିଲେ। ସେ ନିଜ ଭକ୍ତ ପ୍ରହ୍ଲାଦଙ୍କ ହିରଣ୍ୟକଶ୍ୟପ ଠାରୁ ରକ୍ଷା କରିବା ପାଇଁ ଏପରି ଅବତାର ଗ୍ରହଣ କରିଥିଲେ।

ବାମନ ଅବତାର :

ବାମନ ଅବତାର ଭଗବାନ ବିଷ୍ଣୁଙ୍କର ପଞ୍ଚମ ଅବତାର। ଭଗବାନ ବିଷ୍ଣୁ ବ୍ରାହ୍ମଣ ବାଳକର ରୂପ ଧାରଣ କରି ପୃଥିବୀ ଆସି ରାଜା ବଳୀଙ୍କୁ ଦାନ ସ୍ବରୁପ ତିନି ପାଦ ଜାଗା ମାଗିଥିଲେ। ଏହି ତିନି ପାଦ ଜାଗାରେ ସେ ସମସ୍ତ ପୃଥିବୀ ନେଇଥିଲେ। ଏହାସହ ରାଜା ବଳୀର ଅଂହକାର ଭାଙ୍ଗିଥିଲେ।

ପର୍ଶୁରାମ ଅବତାର :

ଏହା ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ଅଟେ। ଏହି ଅବତାରରେ ଭଗବାନ ବିଷ୍ଣୁ ଜମଦଗ୍ନି ଓ ରେଣୁକାଙ୍କ ପୁତ୍ର ଥିଲେ। ତେଣୁ ପର୍ଶୁରାମଙ୍କୁ ଜମଦଗ୍ନ୍ୟ କୁହାଯାଏ। ସେ ପ୍ରଭୁ ଶିବଙ୍କର ପରମ ଭକ୍ତ ଥିଲେ। ଶିବ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ପର୍ଶୁ ଦେଇଥିଲେ। ତାଙ୍କ ନାମ ରାମ ଥିଲା ଓ ଶିବଙ୍କ ଦ୍ବାରା ପର୍ଶୁ ପାଇଥିବାରୁ ତାଙ୍କୁ ପର୍ଶୁରାମ କୁହାଯାଇଥାଏ। କୁହାଯାଇଛି ଯେ, ପର୍ଶୁରାମ ଅନେକ ଥର କ୍ଷତ୍ରିୟ ମାନଙ୍କର ବିନାଶ କରିଥିଲେ।

ଶ୍ରୀ ରାମ ଅବତାର :

ଭଗବାନ ବିଷ୍ଣୁଙ୍କୁ ଦଶଟି ଅବତାର ମଧ୍ୟରୁ ଶ୍ରୀରାମ ଅବତାର ଅନ୍ୟତମ। ସେ ଅଯୋଧ୍ୟାର ରାଜା ଦଶରଥ ଓ କୌଶଲ୍ୟାଙ୍କର ପୁତ୍ର ଥିଲେ। ରାବଣର ବଧ ନିମନ୍ତେ ବିଷ୍ଣୁ ଏହି ଅବତାର ନେଇଥିଲେ।

ଶ୍ରୀକୃଷ୍ଣ ଅବତାର :

ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ବିଷ୍ଣୁଙ୍କ ଅବତାର। ଭାଗବତରେ ଶ୍ରୀକୃଷ୍ଣଙ୍କ ଲୀଲା ବିଷୟରେ ବର୍ଣ୍ଣନା କରାଯାଇଛି। ଶ୍ରୀକୃଷ୍ଣ ମଥୁରାରେ ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ। ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ଭୂମିକା ରହିଛି। ଏହି ଯୁଦ୍ଧରେ କୃଷ୍ଣ ଅର୍ଜୁନଙ୍କ ରଥର ସାରଥୀ ଥିଲେ।

ବୁଦ୍ଧ ଅବତାର :

ଏହା ଭଗବାନ ବିଷ୍ଣୁଙ୍କର ନବମ ଅବତାର ଅଟେ। ଏହି ଅବତାରରେ ସେ ବୌଦ୍ଧ ଧର୍ମର ରଚନା କରିଥିଲେ। ସଂସାରରେ ଚାରୋଟି ବଡ ଧର୍ମରୁ ବୌଦ୍ଧ ଧର୍ମ ଅନ୍ୟତମ ଅଟେ।

କଳ୍କୀ ଅବତାର :

ଭଗବାନ ବିଷ୍ଣୁଙ୍କର ଏହା ଦଶମ ଅବତାର ଅଟେ। ପୁରାଣ ଅନୁସାରେ, କଳ୍କୀ ଅବତାର କଳିଯୁଗରେ ଶେଷ ହେବ। ଏହାପରେ ପୃଥିବୀରୁ ସମସ୍ତ ପାପ ଓ ଖରାପ କର୍ମ ନାଶ ହୋଇଯିବ।

Comments are closed.