କାନପୁରରେ ଖୋଲିଲା ଦେଶର ପ୍ରଥମ ସରିଆ କୋର୍ଟ

0

କାନପୁର : ଉତ୍ତରପ୍ରଦେଶର କାନପୁରଠାରେ ରବିବାର ଦେଶର ପ୍ରଥମ ଦାରୁଲ କ୍ୱାଜା (ସରିଆ କୋର୍ଟ) ଖୋଲିଛି। ମହିଳା କାଜି ହିନା ଜହରି ଏବଂ ମାରିୟା ଫଜଲ ଏହି କୋର୍ଟରେ ମାମଲାଗୁଡ଼ିକର ବିଚାର କରିବେ। କାଜି ହିନା ଜହିରଙ୍କ କହିବା ଅନୁସାରେ ଇସଲାମରେ ମହିଳାଙ୍କୁ ପୁରୁଷଙ୍କ ସହ ସମାଧ ଅଧିକାର ଦିଆଯାଇଛି। ମୌଲବୀମାନେ ଏହି ବାର୍ତ୍ତାକୁ ସଠିକ୍‍ ଭାବେ ଉପସ୍ଥାପିତ କରିନାହାନ୍ତି। ସରିଆ ଅଦାଲତର ଆନୁଷ୍ଠାନିକ ଉଦ୍‍ଘାଟନର କିଛି ସମୟ ପରେ ଜଣେ ମହିଳା ନିଜ ମଦୁଆ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ପହଞ୍ଚିଥିଲେ। ଉଲ୍ଲେଖ ଯେ ଅଖିଳ ଭାରତୀୟ ମୁସଲିମ୍‍ ଖ୍ୱାତିନ ବୋର୍ଡ ୨୦୧୬ରେ ହିନା ଜହିରଙ୍କୁ କାନପୁର ସିହା ମହିଳା ସହର କାଜି ଏବଂ ମାରିୟା ଫଜଲଙ୍କୁ ସୁନି ମହିଳା ସହର କାଜି ନିଯୁକ୍ତି ଦେଇଥିଲା। ସେତେବେଳେ ଏହି ନିଯୁକ୍ତି ବିରୋଧରେ କେତେକ ଲୋକ ଓ ସଂଗଠନ ସ୍ୱର ଉଠାଇଥିଲେ। ପରେ ଏହି ଦୁଇ ମହିଳା କାଜିଙ୍କ ନିକଟକୁ ସ୍ୱାମୀ-ସ୍ତ୍ରୀ ଝଗଡ଼ା ଭଳି ଅନେକ ମାମଲା ଆସିଥିଲା। କିଛି ଦିନ ତଳେ ଖ୍ୱାତିନ ବୋର୍ଡ ଏବଂ ସୁନି ଉଲେମା ପରିଷଦ ମହିଳା ଦାରୁଲ କ୍ୱାଜା ଖୋଲିବାକୁ ସ୍ୱୀକୃତି ପ୍ରଦାନ କରିଥିଲା। ଏହି କ୍ରମରେ ରବିବାରଠାରୁ ଦାରୁଲ କ୍ୱାଜା (ସରିଆ ଅଦାଲତ) ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିଛି।

Leave A Reply