ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ

0

ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ

ରଥର ଅନ୍ୟ ନାମ- ଦର୍ପଦଳନ ଏବଂ ପଦ୍ମଧ୍ବଜ(କମଳ ଧ୍ବଜ)

ରଥର ଉଚ୍ଚତା- ୪୪ ଫୁଟ୍ ୬ ଇଞ୍ଚ (ପୂର୍ବ ଉଚ୍ଚତା ୨୧ ହାତ)

ରଥାଧିପ- ଜୟଦୁର୍ଗା

ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ

ରଥର ଚକ ସଂଖ୍ୟା- ୧୨

ରଥ ଧ୍ବଜାରେ- ତ୍ରିପୁରା ସୁନ୍ଦରୀ

ରଥର ଆୟୁଧ- ପଦ୍ମ କହ୍ଲାର

ରଥ ପୀଠର ନାମ- କାମ୍ପଲ୍ୟ

ରଥର ଆବରଣ- କୃଣ୍ଣ ଓ ଲୋହିତ ବର୍ଣ୍ଣ

ସାରଥୀର ନାମ- ଅର୍ଜୁନ(ମତାନ୍ତରେ ଦେବଦତ୍ତ, ସାତ୍ବକୀ)

ରଥ ଅଶ୍ବର ବର୍ଣ୍ଣ: ରକ୍ତ ବର୍ଣ୍ଣ (ନାଲି)

ଅଶ୍ବର ନାମ: ରୋଚିକା, ମୋଚିକା, ଜିତା ଓ ଅପରାଜିତା ଅନ୍ୟ କେତେକଙ୍କ ମତରେ ପ୍ରଜ୍ଞା, ଅନୁଜ୍ଞା ଘୋରା ଓ ଅଘୋରା

ରଥ ଋଷି- ଯାଜ୍ଞ ବଳକ୍ୟ

ରଥ ମୁଖ ବା ମୁର୍ଦ୍ଧାରେ- ବ୍ରହ୍ମବର୍ତ୍ତା

ରଥାଧିଶ୍ବରୀ- ଜୟଦୁର୍ଗା

ରଥ ରକ୍ଷୟତ୍ରୀ- ଉଗ୍ରଚଣ୍ଡୀ

ରଥ ଅଧିଶ୍ବର ଦେବତା- ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନ

ରଥ ଦେବୀ- ଶ୍ରୀ ଓ ଭୂ

ରଥ ଯକ୍ଷ-କିଂଜ୍ବଳିକା

ରଥ ଗର୍ଭାଧୀଶ୍ବରୀ ଶକ୍ତି- ଶକ୍ତିସପ୍ତା, ଜୟା, ବିଜୟା, ଘୋରା ଅଘୋରା, ସୂକ୍ଷ୍ମା ଓ ଜ୍ଞାନା

ରଥର ଋଷି ପଟାରେ- ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷି ମଣ୍ଡଳ

ରଥର କୁମ୍ଭ- ଅମୃତ , ଜୀବା, କାୟା

ରଥର ଦ୍ବାରପାଳ(ପୀଠ ପଟାରେ)- ଗଙ୍ଗା ଓ ଯମୁନା

ରଥ ଗନ୍ଧର୍ବଙ୍କ ନାମ- ହା, ହା

ଚାରଣଙ୍କର ନାମ- ମହାକ୍ରୁର

ରଥର ଯୁଗଳ ଶୁଆର ନାମ- ସୁପର୍ଣ୍ଣ ଓ ଦ୍ବାସୁପର୍ଣ୍ଣ

ରଥ ରତ୍ନ- ମାଣିକ୍ୟ

ରଥ ଚକ୍ରର ନାମ- ଦୀପ୍ତ

ଚକ୍ର ଉପରିସ୍ଥ ନେତର ନାମ- ନାଦାମ୍ବିକା

ରଥକାର- କାଳନେମୀ

କଳସ ଉପରେ ଥିବା ଶୂନ୍ୟ ଚକ୍ର- ଦୀପ୍ତ(ସୁଦର୍ଶନ)

ରଥ ଶିରରେ- ଭକ୍ତି ସମେଦ

ରଥ ଶକ୍ତି- ଚନ୍ଦ୍ରଘଣ୍ଟା

ଦଧିନଉତି ଉପରିସ୍ଥ କଳସତ୍ରୟର ନାମ- ପରା, ଅପରା ଓ ବୈଖାରୀ

ରଥରେ ବ୍ୟବହୃତ ଚନ୍ଦ୍ରାତପର ନାମ- ବୀର ଘଣ୍ଟା

ରଥ ଦଉଡିର ନାମ- ସ୍ବର୍ଣ୍ଣଚୂଡା ନାମକ ନାଗ

ରଥ ଚାମର ସେବା- ସୁବେଧା ଦେବୀ

ରଥପାଳ- ହରିହର

ପଦ୍ମଧ୍ବଜା ରଥ ଦର୍ଶନରେ ମନୁଷ୍ୟର ଦର୍ପନାଶ ପୂର୍ବକ ସମସ୍ତ ରୋଗ ସନ୍ତାପ ନାଶ ହୋଇଥାଏ।

ତଥ୍ୟ- ହିମାଶୁଂ ସାମଲ

ଆଲେଖ୍ୟ- ବୈଜୟନ୍ତୀ ନାୟକ

ଫଟୋ ସମ୍ପାଦନା- ଜିତ୍‌ ପଟ୍ଟନାୟକ

 

Leave A Reply