ଦର୍ଲିପାଲି ପ୍ରକଳ୍ପରୁ ମାର୍ଚ୍ଚ ୧ରୁ ଉତ୍ପାଦନ

ନୂଆଦିଲ୍ଲୀ : ଢେଙ୍କାନାଳ ଜିଲାର ଦର୍ଲିପାଲିଠାରେ ନିର୍ମିତ ଏନଟିପିସିର ୮୦୦ ମେଗାୱାଟ ସୁପର ଥର୍ମାଲ ଶକ୍ତିକେନ୍ଦ୍ରରୁ ଆଗାମୀ ମାର୍ଚ୍ଚ ପହିଲାରୁ ଉତ୍ପାଦନ ଆରମ୍ଭ ହେବ ବୋଲି ଏନଟିପିସି ପକ୍ଷରୁ କୁହାଯାଇଛି। ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ କୁହାଯାଇଛି ଯେ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି ଏବଂ ଏଥିରୁ ଉତ୍ପାଦନ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏହା ମୋଟ ୧୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ହେବ।

Comments
Loading...