ସଭ୍ୟ ପଦ ରଦ୍ଦ ଘଟଣା: ହାଇକୋର୍ଟରୁ ରହିତାଦେଶ ଆଣିଲେ ବ୍ଲକ ଅଧ୍ୟକ୍ଷା  

କନ୍ଧମାଳ: ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦ ରଦ୍ଦ ଘଟଣାରେ ହାଇକୋର୍ଟରୁ ତାଙ୍କୁ ରହିତାଦେଶ ମିଳିଛି। ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବ୍ଲକ ଅଧକ୍ଷା ଭାବେ ସୁବେନ୍ତି ପ୍ରଧାନ ନିର୍ବାଚିତ ହେଇଥିବା ବେଳେ ପରାସ୍ତ ହୋଇଥିବା ବିରୋଧୀ ଦଳର ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକ ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଅକ୍ଟୋବର ୧ ତାରିଖରେ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ କନ୍ଧମାଳ ଜିଲ୍ଲା ଦୌରା ଜର୍ଜ ରଦ୍ଦ କରିଥିଲେ। ପରେ ସେ ଏହି ରାୟକୁ ଚାଲେଞ୍ଚ ସେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ। ଏହି ମାମଲାରେ ହାଇକୋର୍ଟ ଆଜି ତାଙ୍କୁ ରହିତାଦେଶ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଜି.ଉଦୟଗିରିର ନବନିର୍ବାଚିତ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ପତ୍ନୀ ହେଉଛନ୍ତି ସୁବେନ୍ତି ପ୍ରଧାନ। ତାଙ୍କର ପୂର୍ବରୁ ୫ଟି ସନ୍ତାନ ଥିବା ବେଳେ ୧୯୯୬ ପରେ ତାଙ୍କର ଅନ୍ୟ ଏକ ପୁଅ ଜନ୍ମ ହୋଇଥିଲେ।

Comments are closed.