ଡ୍ରେନ କଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶିବ ମନ୍ଦିର ନିକଟ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୁଲିସ ପହଞ୍ଚି ଲୋକଙ୍କୁ ପଚାରାଉଚାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ କିଭଳି ଓ କେଉଁ ପରିସ୍ଥିତିରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Comments are closed.