ଦାନିଶ କାନେରିଆଙ୍କ ନମସ୍କାର-ସଲାମ-ଜୟ ଶ୍ରୀରାମ ଭିଡ଼ିଓ ଭାଇରାଲ

ଇସଲାମାବାଦ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଲେଗ ସ୍ପିନର ଦାନିଶ କାନେରିଆ ଏବେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ହିନ୍ଦୁ ହୋଇଥିବା କାରଣରୁ ତାଙ୍କ ସହ ପାକ କ୍ରିକେଟ ଦଳରେ କିଭଳି ପାତର ଅନ୍ତର ହେଉଥିଲା ଏହାକୁ ନେଇ ସେ ଖୋଲାଖୋଲି କହିଥିଲେ । ୩୯ବର୍ଷୀୟ ଏହି ଖେଳାଳିଙ୍କ ଏକ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ସେ ନିଜର ପ୍ରଶଂସକଙ୍କୁ ଆରମ୍ଭରେ ହାତଯୋଡି ନମସ୍କାର-ସଲାମ-ଜୟ ଶ୍ରୀରାମ କହି ଆରମ୍ଭ କରିଥିଲେ।
ଏହାପରେ ସେ କହିଥିଲେ, ମୁଁ ମୋର ୟୁଟ୍ୟୁବ ଚ୍ୟାନେଲର ଶସ୍ତା ଲୋକପ୍ରିୟତା ପାଇଁ ଏହି ଭଳି କହୁଥିବା ଯେଉଁମାନେ କହୁଛନ୍ତି ସେମାନଙ୍କୁ ମୁଁ କହିବାକୁ ଚାହେଁ ଏହିକଥାର ଆରମ୍ଭ ପ୍ରଥମେ ମୁଁ କରିନଥିଲି। ମାତ୍ର ଶୋଏବ ଅଖତର ଏନେଇ ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରଥମେ ଆଲୋଚନା କରିଥିଲେ।
ସୂଚନା ଯୋଗ୍ୟ, ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ଚାଟ୍ ଶୋରେ କହିଥିଲେ ଯେ, ଦାନିଶ କାନେରିଆ ହିନ୍ଦୁ ହୋଇଥିବା କାରଣରୁ ପାକିସ୍ତାନୀ କ୍ରିକେଟ ଦଳର ଖେଳାଳିମାନେ ତାଙ୍କ ସହ ପାତର ଅନ୍ତର କରୁଥିଲେ। ଏନେଇ ମୁଁ ଦୁଇରୁ ତିନି ଜଣଙ୍କ ସହ ଝଗଡା ମଧ୍ୟ କରିଥିଲି। ଯେତେବେଳେ ସେମାନେ କରାଚି, ପେଶାୱର, ପଞ୍ଜାବର କଥା ହେଉଥିଲେ ମତେ ବହୁତ ରାଗ ଲାଗୁଥିଲା । ଯଦି ଜଣେ ହିନ୍ଦୁ ତାହେଲେ ଅସୁବିଧା କେଉଁଠି, ସେ ଖେଳିବ ନିଶ୍ଚୟ । ସେହି ହିନ୍ଦୁ ହଁଁ ତୁମକୁ ଟେଷ୍ଟ ସିରିଜ ଜିତାଇଛି।
ସେ ଆହୁରି ମଧ୍ୟ କହିଥିଲେ, କିଛି ଖେଳାଳି ମୋତେ କହିଥିଲେ ଯେ, ଦାନିଶ ଏଠାରୁ କାହଁକି ଖାଇବା ନେଉଛି । ମୁଁ କହିଲି ମୁଁ ତୁମକୁ ଏଠାରୁ ଉଠାଇ ବାହାରକୁ ଫୋପାଡି ଦେବି । ଅଧିନାୟକ ତୁମେ ନିଜ ଘରେ ହୋଇଥିବା । ସେ ତୁମକୁ ୱିକେଟ ଆଣି ଦେଉଛି । ତୁମେ ତାକୁ ଏଭଳି କହୁଛ। ଇଂଲଣ୍ଡରେ ଦାନିଶ ଓ ସାମି ହିଁ ଆମକୁ ସିରିଜ ଜିତାଇ ଥିଲେ । ଦାନିଶ ହିନ୍ଦୁ ଥିଲା ବୋଲି ତା ସହିତ ବହୁତ ଅନ୍ୟାୟ ହୋଇଛି । ଅନେକ ଖେଳାଳି ତା ସହ ଖାଇବାକୁ ବି ପସନ୍ଦ କରୁ ନଥିଲେ ବୋଲି ଅଖତର କହିଥିଲେ।

Comments are closed.