ଡଙ୍ଗରିଆକନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀଙ୍କ ଦେହାନ୍ତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତ ରେ ଥିବା ନିୟନଗିରି ପାହାଡରେ ବସବାସ କରୁଥିବା ବିରଳ ଡଙ୍ଗରିଆ କନ୍ଧର ବିକାଶ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ରହିଛି । ଉକ୍ତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ମୋଦନ ମୋହନ ଦଳବେହେରାଙ୍କ ଆଜି ବ୍ରହ୍ମପୁର ବଡ ମେଡିକାଲଠାରେ ଦେହାନ୍ତ ହୋଇଥିବା ଜଣାପଡିଛି । ସେ କିଛି ଦିନ ହେବ ଅସୁସ୍ଥ ହେବାରୁ ନିଜ ଗାଁ ପାରଳାଖେମୁଣ୍ଡିକୁ ଯାଇଥିଲେ । ସେଠାରେ ଚିକିତ୍ସା ହେବ ପରେ ତାଙ୍କ ଦେହ ବହୁତ ଖରାପ ହେବଯୋଗୁଁ ବ୍ରହ୍ମପୁର ବଡମେଡିକାଲକୁ ପଠାଇଥିଲେ ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପାହାନ୍ତିଆରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସେ ଜଣେ ପରଉପକାରୀ, ଭଦ୍ର ବ୍ୟକ୍ତି ଥିଲେ ।ତାଙ୍କର ଚାକିରୀ କାଳ ଜୀବନରେ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ତୁଲାଇ ଆସୁଥିଲେ । ସେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାରେ ପ୍ରଥମେ କ୍ଷେତ୍ର ପରିଦର୍ଶକ ରହିଥିଲେ ପରେ ପଦ ଉନ୍ନତି ହୋଇ ସ୍ୱତନ୍ତ୍ର ଅଧିକାରୀ ରହିଥିଲେ । ତାଙ୍କର ଦେହାନ୍ତ ହେବା ଖବର ନିୟମଗିରିବାସୀ ଶୁଣି ମର୍ମାହତ ହୋଇ ଶୋକ ପ୍ରକାଶ କରିଛନ୍ତି ।

Comments are closed.