ବିବାହ କଲେ ଦଙ୍ଗଲ ଗର୍ଲ “ବବିତା ଫୋଗଟ”

ଚଣ୍ଡିଗଡ଼ : ଦଙ୍ଗଲ ଗର୍ଲ ନାମରେ ପରିଚିତ “ବବିତା ଫୋଗଟ” ସୋମବାର ବିବାହ କରିଛନ୍ତି। ବବିତା ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗ୍ରାମରେ ଦିଲ୍ଲୀର ନଜଫ୍‌ଗଡ଼ର ବିବେକ ସୁହାଗଙ୍କୁ ବିବାହ କରିଥିବା ଜଣାପଡ଼ିଛି। ସେ କୁସ୍ତିରେ ଅନ୍ତରାଷ୍ଟ୍ରୀୟ ପଦକ ଜିତି ସାରିଛନ୍ତି। ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଉଛି ବବିତାଙ୍କ ପିତା ମହାବୀର ଫୋଗଟ ମାତ୍ର ଏକ ଟଙ୍କା ଦେଇ କନ୍ୟାଦାନ କରିଥିଲେ। ଏହି ବିବାହରେ ମାତ୍ର ୨୧ଜଣ ବରଯାତ୍ରୀ ସାମିଲ ହୋଇଥିବା ସୂଚନା ମିଳିଛି।

ବବିତା ଫୋଗଟଙ୍କ ବିବାହ ପରେ ଗୀତା ଫୋଗଟ ତାଙ୍କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି।

Comments are closed.