ଦଣ୍ଡନାଟ ପାଇଁ କଟକଣା, ପରିବେଷଣ ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର: ଦଣ୍ଡନାଟ ନେଇ କଟକଣା ଜାରି କଲେ ଗଞ୍ଜାମ ଜିଲାପାଳ। ଦଣ୍ଡନାଟରେ କେବଳ ୨୫ଜଣ ଦଣ୍ଡୁଆଙ୍କୁ ଅନୁମତି ଦିଆଯାଇଛି। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ। ସେହିପରି ମା’ ତାରାତାରିଣୀ ପୀଠରେ ମୁଣ୍ଡନ ବାରଣ କରାଯାଇଛି। ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡ୍‌ଲାଇନ୍‌ ମାନିବାକୁ ପରାମର୍ଶ ଦିଆଯାଇଛି ବୋଲି ଗଞ୍ଜାମ ଜିଲାପାଳ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚରେ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ତେଣୁ ଏଥର ସ୍ଥାନୀୟ କଳାକାରଙ୍କ ଦ୍ବାରା ନାଟକ ପରିବେଷଣ କରିହେବ ନାହିଁ। ମେଲୋଡ଼ି କିମ୍ବା ଗ୍ରୁପ୍‌ ଡ୍ୟାନ୍ସ ହେବ ନାହିଁ। କରୋନା କଟକଣା ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ହେବ ବୋଲି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି ହୋଇଛି।

Comments are closed.