ଏହି ଦ୍ରବ୍ୟ ଦାନ ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଦେବତାଙ୍କର ଗୁରୁ କୁହାଯାଏ। ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କ ଉପାସନା କରିବା ଦ୍ୱାରା ଜ୍ଞାନ, ସୌଭାଗ୍ୟ ଓ ସୁଖ ବଢିଥାଏ। ବୃହସ୍ପତି ସ୍କୃତିରେ ଏପରି ୩ଟି ଜିନିଷ ଦାନ କରିବା ବିଷୟରେ ଲେଖା ରହିଛି ଯାହାକୁ ମହାଦାନ ବୋଲି କୁହାଯାଏ। ଗାଈ, ବିଦ୍ୟା ଓ ଭୂମି ଦାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ମାନ୍ୟତା ରହିଛି। ଏହାଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ।
ଆସନ୍ତୁ ଜାଣିବା କେଉଁ ଦ୍ରବ୍ୟ ଦାନ କରିବା:
ଗାଈ: ଗାଈ ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ। ଏହା ସହ ପୂର୍ବଜନ୍ମର କୌଣସି ପାପରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି କୁହାଯାଏ। ଏହାଦ୍ୱାରା ଭାଗ୍ୟ ଉଜ୍ୱଳ ହୋଇଥାଏ।
ବିଦ୍ୟା: ଗରିବ ହେଉ କିମ୍ବା ଧନୀ ସମସ୍ତେ ବିଦ୍ୟା ଦାନ କରି ପାରିବେ। ବିଦ୍ୟା ଦାନ କରିବା ଦ୍ୱାରା ପୁଣ୍ୟ ମିଳିଥାଏ। ଅଜ୍ଞାନୀ ଲୋକଙ୍କୁ ଜ୍ଞାନ, ଧର୍ମ ଓ ବିଦ୍ୟା ପ୍ରଦାନ କରିବା ଦ୍ୱାରା ଭଗବାନଙ୍କ କୃପା ମିଳିଥାଏ।ଭୂମି: କୌଣସି ଭଲ କାମ ପାଇଁ ଭୂମି ଦାନ କରିବା ଦ୍ୱାରା ମହାପୁଣ୍ୟ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଘରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ।
ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ପୂଜା କରିବା ଦ୍ୱାରା ଧନ, ସୁଖ ଓ ଶାନ୍ତି ପ୍ରାପ୍ତି ହୋଇଥାଏ।
ଜନ୍ମ କୁଣ୍ଡଳୀରେ ବୃହସ୍ପତି ରହିଥିଲେ ବ୍ୟକ୍ତି ଭାଗ୍ୟବାନ ହୋଇଥାନ୍ତି।
ବୃହସ୍ପତିଙ୍କୁ ସମସ୍ତ ଗ୍ରହଙ୍କୁ ଗୁରୁ କୁହାଯାଉଥିବା କାରଣରୁ ତାଙ୍କୁ ଶୁଭ ବୋଲି ମାନିଥାଉ।

Leave A Reply