ନୂଆ ଦଳ ଗଢ଼ିବେ ଦାମ !

0

ଭୁବନେଶ୍ୱର : ଯାହା ଆଶା କରାଯାଉ ଥିଲା ତାହା ହେବାକୁ ଯାଉଛି। ବିଜେଡି ସରକାରଙ୍କ ପାଇଁ ଆଡୁଆ ପାଲଟି ଥିବା ଦାମବାବୁ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି। ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ଦାମୋଦର ରାଉତ ନୂଆ ଆଞ୍ଚଳିକ ଦଳ ଗଠନ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ଦଳ ଗଠନ ନେଇ ସେ ବୁଧବାର ଆଭାସ ଦେବା ସହିତ, ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ଏହି ଦଳ ଗଢ଼ା ହେବ ବୋଲି  କହିଛନ୍ତି।
ତେବେ ଆସନ୍ତା ଶୁକ୍ରବାର ଓ ଶନିବାର ଏନେଇ ବୈଠକ ଅନୁଷ୍ଠିତ ହେବ ଏବଂ ୧୧ କିମ୍ବା ୧୨ ତାରିଖରେ ଏ ବାବଦରେ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ଡାକ୍ତର ରାଉତ ସୂଚନା ଦେଇଛନ୍ତି।
ତେବେ ଏହି ନୂଆ ଆଞ୍ଚଳିକ ଦଳ ନିର୍ବାଚନରେ କାହା ସହ ମେଣ୍ଟ କରିବ ନାହିଁ । ଅନ୍ୟପକ୍ଷରେ ଏହି ଆଞ୍ଚଳିକ ଦଳ ଗଠନରେ ସରକାର ବାଧକ ସାଜୁଥିବା ସେ ଅଭିଯୋଗ କରିଛନ୍ତି।  ସରକାର ଆମ ନେତାଙ୍କ ଭିତରେ ବିଭେଦ ପାଇଁ ଉଦ୍ୟମ କରୁଥିବା ଡା. ରାଉତ ମଧ୍ୟ ଅଭିଯୋଗ କରିଛନ୍ତି।

Leave A Reply