୨୧ ବର୍ଷୀୟ ଆଦିବାସୀ ଝିଅ ହେଲେ କଟକର ଡେପୁଟି ମେୟର

କଟକ: କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁରୁବାର ଡେପୁଟି ମେୟର ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ୨୧ ବର୍ଷୀୟ ଆଦିବାସୀ ଝିଅ ଦମୟନ୍ତୀ।

ଚଳିତ ପୌର ନିର୍ବାଚନରେ ସେ ବିଜେଡିରୁ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜୟୀ ହୋଇଥିଲେ। ସେ କଟକର ସର୍ଵକନିଷ୍ଠ କର୍ପୋରେଟର। ରେଭେନ୍ସା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଛାତ୍ରୀ ଦମୟନ୍ତୀ।

 

Comments are closed.