‘ଅମ୍ପନ’ର କମ୍ପନ : ମାଟିରେ ଲୋଟିଲା ପାନ ବରଜ

ଏରସମା : ଜଗତସିଂହପୁର ଜିଲ୍ଲାରେ ବାତ୍ୟା ଅମ୍ପନର କମ୍ପନ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି । ବିଶେଷ କରି ପାରାଦ୍ବୀପ ଓ ଏରସମା  ଅଧିକ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ଫଳ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି । ତେବେ ପାନ ଚା​ଷ ପାଇଁ ପ୍ରସିଦ୍ଧ ଏହି ଅଞ୍ଚଳରେ ପାନ ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ​‌

ଢ଼ିଙ୍କିଆ ଅଞ୍ଚଳରେ ଅନେକ ପାନବରଜ ଭାଙ୍ଗିଯାଇଛି। ପାଖାପାଖି ୩୦୦ ପାନବରଜ ଭାଙ୍ଗି  ମାଟିରେ ଲୋଟିପଡିଛି । ଆଉ୫୦୦ ବରଜରୁ ତାଟି, ଜାଲ ଉଡି ଆଂଶିକ କ୍ଷତି ଘଟିଛି । ତୋଳା ହେବାକୁ ଥିବା ହଜାର ହଜାର ଟଙ୍କାର ପାନ ନଷ୍ଟ ହୋଇଯାଇଛି।

Comments are closed.