ଦାମଙ୍କ ନୂଆଦଳର  ନାଁ ‘ ବିଜୁ ସମତାକ୍ରାନ୍ତି ଦଳ’

0

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମଦୋର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ସୂଚନା ଦେଇଥିଲେ । ଶୁକ୍ରବାରରେ ଭୁବନଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାମ ରାଉତ ନିଜ ନୂଆ ଦଳ ଗଠନ ବିଷୟରେ ସୂଚନା ଦେଇଛନ୍ତି । ନୂଆ ଦଳ ନାଁ ‘ ବିଜୁ ସମତାକ୍ରାନ୍ତି ଦଳ’ ରଖାଯାଇଛି । ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ସମତାକ୍ରାନ୍ତି ଦଳ ଗଠନ କରିଥିଲେ । ଏବେ ସେ ଦାମଙ୍କ ସହ ଏକାଠି ହୋଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଦାମଙ୍କ ସହ ବ୍ରଜ କିଶୋର ତ୍ରିପାଠୀଙ୍କ ସହ ଓଡିଶା ଜନମୋର୍ଚ୍ଚାର ପୂର୍ବତନ ବରିଷ୍ଠ ନେତା ଯଜ୍ଞେଶ୍ୱର ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply