ଡମଣୀ ପୀଠ ସଫେଇ ଅଭିଯାନ

ଚୌଦ୍ୱାର : କଟକ ଜିଲା ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଭୁକ୍ତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଡମଣୀ ପୀଠ ଓ ଏହାର ପରିସର ସଫେଇ ଅଭିଯାନ ଆରମ୍ଭ ହୋଇଛି । ଆମ୍ବିଳିଝରୀ ଓଡ଼ିଶା ଆଦିବାସୀ ଫାଉଣ୍ଡେସନ, ଚୌଦ୍ୱାର- କଟକ ସାତ୍ୱିକ ସୋଲ ଫାଉଣ୍ଡେସନ୍ ଓ ସମର୍ପଣ ଫାଉଣ୍ଡେସନର ସଦସ୍ୟ ମାନେ ମିଳିତ ଭାବେ ଡମଣୀ ପୀଠ ଓ ଏହାର ଆଖପାଖ ଅଞ୍ଚଳରେ ଅଳିଆ ଅବର୍ଜନା ସଫେଇ କରିିବା ସହିତ ପର୍ଯ୍ୟଟକ ମାନେ ଛାଡ଼ି ଯାଉଥିବା ବିଭିନ୍ନ ପ୍ଲାଷ୍ଟିକ୍ ସାମଗ୍ରୀ ଓ ବର୍ଜ୍ୟବସ୍ତୁ ଉଠାଇ ଅଞ୍ଚଳକୁ ପରିଚ୍ଛନ୍ନ କରିଥିଲେ। ଓଡ଼ିଶା ଆଦିବାସୀ ଫାଲଣ୍ଡେସନ୍ ସଭାପତି ଗମନ କଳା,ସାତ୍ୱିକ୍ ସୋଲ ଫାଉଣ୍ଡେସନ୍ ମଖ୍ୟ ସତ୍ୟବ୍ରତ ସାମଲ,ସମର୍ପଣର ପ୍ରତିଷ୍ଠାତା ଅମନ୍ କୁମାର ସାହୁ ଆଦିଙ୍କ ନେତୃତ୍ୱରେ ୩ଟିଯାକ ସଂଗଠନର କର୍ମକର୍ତ୍ତା ଏଥିରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ପର୍ଯ୍ୟଟନସ୍ଥଳୀର ଏହି ସଫେଇ କାର୍ଯ୍ୟ ଜାରୀ ରହିବ ବୋଲି କର୍ମକର୍ତ୍ତାମାନେ ସୂଚନାଦେଇ ଏହି କ୍ଷେତ୍ରକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବାକୁ ପ୍ରୟାସ ଜାରୀ ରହିବ ବୋଲି ପ୍ରକାଶ କରିଥିଲେ । ଆଦିବାସୀ ଯୁବକ ସୁନାରାମ ସିଂକୁ, କୃଷ୍ଣଚନ୍ଦ୍ର ସାଣ୍ଡିଲ, ସନାତନ କଳା, ରଜନୀ ମୁଣ୍ଡା, ଗୋପିନାଥ ପ୍ରଧାନ, ବୀରବର ପ୍ରଧାନ, ସୂର୍ଯ୍ୟମିତ୍ର ସେନ୍, ଅଜିତ୍ ମୁଖାର୍ଜୀ, ନୀତିଶ ସୁର, ମଧୁସ୍ମିତା ଦାସ, ରୂପେଶ ମାଝୀ,ଅଭିଷେକ ସାହୁ ପ୍ରମୁଖ ସଫେଇରେ ଅଂଶ ଗ୍ରହଣ କରିଥିଲେ ।

Comments are closed.