ପୌଷ୍ଟିକତତ୍ତ୍ବ ଭରପୂର ମୁଗ ଡାଲି

ଖାଦ୍ୟବିଶେଷଜ୍ଞଙ୍କ ମତରେ ଭାରତୀୟମାନେ ବିଭିନ୍ନ ପ୍ରକାର ଡାଲି ନିୟମିତ ଭାବେ ଖାଇଥାନ୍ତି। ଶରୀରର ଶକ୍ତି ବୃଦ୍ଧି କରୁଥିବା ଏଇ ସବୁ ଡାଲିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ବ ଭରପୂର ରହିଥାଏ। ମୁଗ ଡାଲି, ପୂଜାପର୍ବାଣୀରେ ଅବସରରେ ପ୍ରତ୍ୟେକଙ୍କ ଘରେ ମୁଗ ଡାଲି ମିଶା ପରିବା ଡାଲମା ପ୍ରସ୍ତୁତି ହୁଏ। କେବଳ ଆମ ଓଡ଼ିଶାରେ ନୁହେଁ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ଲୋକଙ୍କ ଘରେ ଏଇ ମୁଗ ଡାଲିର ଆସର ଜମେ।
– ପିଲାଠାରୁ ବୟସ୍କ ପ୍ରତ୍ୟେକ ନିୟମିତ ଭାବେ ମୁଗ ଡାଲି ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ହିତକାରୀ। ଭିଟାମିନ୍ ଏ, ବି, ସି, ଇ, ପୋଟାସିୟମ୍, ଲୌହ, କ୍ୟାଲସିୟମ୍ ତତ୍ତ୍ବ ଥିବା ମୁଗ ଡାଲି ଖାଇଲେ ଶରୀରର ଓଜନ ନିୟନ୍ତ୍ରଣରେ ରହିବା ସହ ଶକ୍ତି ମଧ୍ୟ ମିଳେ।
– ଏହି ଡାଲିରେ ଗ୍ଲୁକୋଜ୍ କମ୍ ଥିବାରୁ ମଧୁମେହ ରୋଗୀ ନିୟମିତ ଭାବେ ଏହା ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
– ସପ୍ତାହରେ ୨-୩ଥର ମୁଗ ଡାଲି ଖାଇବା ସହ ଅଙ୍କୁରିତ ମୁଗ ମଧ୍ୟ ଜଳଖିଆରେ ଖାଇଲେ କର୍କଟ ହେବାର ଆଶଙ୍କା କମ୍ ହୁଏ।
ଆଣ୍ଟି ମାଇକ୍ରୋବିୟଲ୍ ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ଏଇ ଡାଲି ଖାଇବା ଦ୍ବାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବାର ବିଶେଷଜ୍ଞଙ୍କ ମତ।
– ଖରାଦିନେ ନିୟମିତ ମୁଗଡାଲି ସେବନ କରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ଅଂଶୁଘାତର ପ୍ରକୋପରୁ ଏହା ରକ୍ଷା କରେ।
ଫାଇବର୍ ଭରପୂର ମୁଗ ଡାଲି ଖାଇଲେ ପେଟ ସମସ୍ୟା ଉପୁଜେନାହିଁ।

Comments are closed.