ଡ଼ାଲଚିନିର ଏଭଳି ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ଡ଼ାଲଚିନିର ସାମାନ୍ୟ ମିଠା ଓ ହାଲକା ରାଗୁଆ ସ୍ୱାଦ ପାଇଁ ଏହାକୁ ସଭିଏଁ ବେଶ ପସନ୍ଦ କରନ୍ତି। ବିଶେଷ କରି ଶୀତଦିନରେ ଏହାର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ ବୋଲି କୁହାଯାଏ। ଏହାର ବ୍ୟବହାର ବିଭିନ୍ନ ବ୍ୟଞ୍ଜନରେ ସ୍ୱାଦିଷ୍ଟ ମସଲା ଭାବେ ମଧ୍ୟ କରାଯାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏତଦ୍ ବ୍ୟତୀତ ଏହାର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି ଯାହା ହୁଏତ ସଭିଏଁ ଜାଣି ନଥିବେ। ଜାଣନ୍ତୁ …….
– ଓଜନ ହ୍ରାସ କରିବା ପାଇଁ ଡ଼ାଲଚିନି ବେଶ ସହାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିଥାଏ। ବିଶେଷଜ୍ଞଙ୍କ ମତରେ ଶୀତ ଦିନେ ଏହା ଶରୀରକୁ ଉଷ୍ଣତା ପ୍ରଦାନ କରିଥାଏ।
– ସଠିକ ମାତ୍ରାରେ ଭୋକ ହେବା, ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ କରିଥାଏ।
ମାତ୍ର ନିଜ ଓଜନକୁ ହ୍ରାସ କରିବା ପାଇଁ ନିୟମିତ ଏହି ଉପାୟରେ ଡ଼ାଲଚିନିର ବ୍ୟବହାର କରନ୍ତୁ …….
– ନିଜ ଜୁସ, ବ୍ୟଞ୍ଜନ, ଭାତରେ ଏହାକୁ ବ୍ୟବହାର କରି ଖାଆନ୍ତୁ।
– ନିୟମିତ ପାଣିରେ ଡ଼ାଲଚିନି ପକାଇ ଚା’ ପ୍ରସ୍ତୁତ କରନ୍ତୁ। ଏଥିରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ। ଏହା ଓଜନ ହ୍ରାସ କରିଥାଏ।
– ନିଜ ଜୁସରେ ଡ଼ାଲଚିନି ଗୁଣ୍ଡ ପକାଇ ପିଇବା ଦ୍ୱାରା ମଧ୍ୟ ଓଜନ ହ୍ରାସରେ ସହାୟକ ହୋଇଥାଏ।