ଗାନ୍ଧିଙ୍କ କଥା ନେହରୁ ମାନିଯାଇଥିଲେ ଭାରତର ବିଭାଜନ ହୋଇନଥାନ୍ତା : ଦଲାଇ ଲାମା

0

ପାଣାଜୀ : ତିବ୍‍ବତର ଧର୍ମଗୁରୁ ଦଲାଇ ଲାମା ବୁଧବାର ଭାରତର ବିଭାଜନ ଏବଂ ଏଥିରେ ନେହରୁ ଓ ଜିନ୍ନାଙ୍କ ଭୂମିକାକୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଜବାହାରଲାଲ ନେହରୁଙ୍କ ସ୍ଥାନରେ ମହମ୍ମଦ ଅଲ୍ଲି ଜିନ୍ନାଙ୍କୁ ଯଦି ପ୍ରଧାନମନ୍ତ୍ରୀ କରାଯାଇଥାନ୍ତା ତେବେ ଆଜି ଭାରତ ଏବଂ ପାକିସ୍ତାନ ଏକାଠି ଥାନ୍ତେ। ବୁଧବାର ଗୋଆ ଇନଷ୍ଟିଚ୍ୟୁଟ୍‍ ଅଫ ମ୍ୟାନେଜମେଣ୍ଟରେ ଛାତ୍ରଙ୍କୁ ସମ୍ବୋଧିତ କରିବା ଅବସରରେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ଏହା କହିଥିଲେ। ସେ କହିଥିଲେ ଯେ ମହାତ୍ମା ଗାନ୍ଧି ଜିନ୍ନାଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରିିବା ସପକ୍ଷରେ ଥିଲେ। କିନ୍ତୁ ନେହରୁ ଏଥିରେ ରାଜି ହୋଇ ନଥିଲେ। ନେହରୁ ନିଜ କଥା ଭାବୁଥିଲେ ଓ ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଥିବା କହିଥିଲେ। ପଣ୍ଡିତ ନେହରୁ ବହୁ ଅଭିଜ୍ଞ ଥିଲେ କିନ୍ତୁ ବେଳେ ବେଳେ ଏଭଳି ଭୁଲ ହୋଇଯାଏ ବୋଲି ଦଲାଇ ଲାମା କହିଥିଲେ।
ବହୁ ଐତିହାସିକ ମତ ଦେଇଛନ୍ତି ଯେ ଦେଶର ବିଭାଜନ ଟାଳିବା ପାଇଁ ମହାତ୍ମା ଗାନ୍ଧି ଜିନ୍ନାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଥିଲେ। କିନ୍ତୁ ନେହରୁ ଏଥିପାଇଁ ପ୍ରସ୍ତୁତ ନ ଥିଲେ ଓ ଗାନ୍ଧିଙ୍କୁ ସିଧା ସଳଖ ମନା କରିଦେଇଥିଲେ। ଦେଶର ବିଭାଜନ ହେବା କଥା ସ୍ପଷ୍ଟ ଜଣାପଡ଼ିବା ପରେ ଦୁଃଖୀ ହୋଇ ମହାତ୍ମା ଗାନ୍ଧି ଦିଲ୍ଲୀ ଛାଡ଼ି କଲକତା ଚାଲିଯାଇଥିଲେ। ଦେଶର ସ୍ୱାଧୀନତା ଦିନ ସେ କଲକତାରେ ଥିଲେ ଓ ଅନଶନ କରିଥିଲେ।

Leave A Reply