ଡ଼କାୟତି ଗ୍ୟାଙ୍ଗରେ ଇଞ୍ଜିନିୟରିଂ ଛାତ୍ର

0

ବାଲେଶ୍ୱର : ଡ଼କାୟତ ଗ୍ୟାଙ୍ଗ ଉପରେ ପୁଲିସ ଚଢଉ କରି ୫ ଜଣଙ୍କୁ ଗିରଫ କରିଛି। ଏହା ସହ ୨ଟି ଦେଶୀ ବନ୍ଧୁକ, ଲକ୍ଷାଧିକ ଟଙ୍କାର ସୁନା ଗହଣା, ୨ଟି ବାଇକ ସହ ଟଙ୍କା ମଧ୍ୟ ଜବତ କରିଛି। ଏହି ଡ଼କାୟତମାନେ ଗତ ୨୨ ତାରିଖରେ ରେମୁଣା ଥାନା ରାଉତରାପୁର  ଡ଼କାୟତି ଘଟଣାରେ ସମ୍ପୃକ୍ତ ବୋଲି ଜଣାପଡ଼ିଛି। ଗିରଫ ଡ଼କାୟତଙ୍କ ମଧ୍ୟରେ ଜଣେ ସରକାରୀ କଲେଜର ଇଞ୍ଜିନିୟରିଂ ଛାତ୍ର ଥିବା ସୂଚନା ମିଳିଛି।

Leave A Reply