ଡକାୟତି ଯୋଜନା ପଣ୍ଡ, ୫ ଗିରଫ

0

ଗଞ୍ଜାମ: ଏକ ବଡ ଧରଣର ଡକାୟତି ଯୋଜନାକୁ ଚମାଖଣ୍ଡି ପୁଲିସ ପଣ୍ଡ କରିଛି । ଚମାଖଣ୍ଡି ନିକଟସ୍ଥ ନରେନ୍ଦ୍ରପୁର ଠାରେ ଡକାୟତି ମାନେ ମିଶି ଡକାୟତ ଯୋଜନା କରୁଥିବା ସମୟରେ ପୁଲିସ ରାତ୍ରି ପେଟ୍ରୋଲିଂ ବେଳେ ସେମାନଙ୍କୁ ଗିରଫ କରିଛି । ଗିରଫ ଡକାୟତିମାନେ ହେଲେ ସୁଶାନ୍ତ ମହାରଣା, ସୁନୀଲ ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, ଭଗବାନ ଏବଂ ସନ୍ତୋଷ ସାହୁ । ପୁଲିସ ସେମାନଙ୍କ ଠାରୁ  ତିନୋଟି ବାଇକ ସହ ଚାରିଟି ବୋମା ଜବତ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ  କରାଯାଇଛି।

ସେହିପରି ଗଂଜାମ ଜିଲା ସୋରଡା ପୁଲିସ ୨୫ କେଜି ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏନେଇ ଆସିକା ଏସଡିପିଓ ସୁବାଷ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

Leave A Reply