ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଲା; ଖୋର୍ଦ୍ଧାରେ ସର୍ବାଧିକ ୩୧୮୮ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୧୮୮ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସଂଗରୋଧରୁ ୫୮୩୩ ଓ ସ୍ଥାନୀୟ ସଂକ୍ରମିତ ୪୨୨୬ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୮୭୨ ରହିଛନ୍ତି।
ରାଜ୍ୟର ଅନୁଗୁଳରୁ ୪୬, ବାଲେଶ୍ୱର ୨୭୮, ବରଗଡ ୭୬, ଭଦ୍ରକ ୧୩୮, ବଲାଙ୍ଗିର ୨୧୬, ବଉଦ ୧୫, କଟକ ୮୭୦, ଦେବଗଡ ୧୮, ଢେଙ୍କାନାଳ ୫୦, ଗଜପତିରୁ ୮୨ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୧୫୪, ଜଗତସିଂହପୁର ୧୪୨, ଯାଜପୁର ୨୧୨, ଝାରସୁଗୁଡା ୨୧୯, କଳାହାଣ୍ଡି ୧୨୩, କନ୍ଧମାଳ ୩୬, କେନ୍ଦ୍ରାପଡା ୫୧, କେନ୍ଦୁଝରରେ ୧୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋରାପୁଟ ୧୫୫, ମାଲକାନଗିରି ୧୭, ମୟୁରଭଞ୍ଜ ୪୨୩, ନବରଙ୍ଗପୁର ୧୨୨, ନୟାଗଡ ୧୦୨, ନୂଆପଡା ୬୬, ପୁରୀ ୨୭୨, ରାୟଗଡା ୧୩୧, ସମ୍ବଲପୁର ୫୭୦, ସୋନପୁର ୧୦୬, ସୁନ୍ଦରଗଡ ୧୩୪୮ ଓ ଷ୍ଟେଟପୁଲରୁ ୭୨୪ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୯୪୯ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ୪୪୩୪୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

Comments are closed.