ରାଜ୍ୟରେ ସବୁ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରୀ ବଢିଲା

ଭୁବନେଶ୍ବର : ରାଜ୍ୟ ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ସବୁ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରୀ ୫ଟଙ୍କା ୪୦ ପଇସା ଲେଖାଏଁ ବୃଦ୍ଧି କରାଯାଇଛି।

ରାଜ୍ୟରେ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୫୩ ଟଙ୍କ ୪୦ ପଇସାକୁ ବୃଦ୍ଧି କରାଯାଇଛି। ସେହିପରି କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୯୩ ଟଙ୍କ ୪୦ ପଇସାକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୪୩ ଟଙ୍କା ୪୦ ପଇସା ଓ ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୩୦୩ ଟଙ୍କ ୪୦ ପଇସାକୁ ବୃଦ୍ଧି କରାଯାଇଛି।

Comments are closed.